ମତ୍ସ୍ୟଗନ୍ଧା ରୋଗ ଓ ତାର ଚିକିତ୍ସା ଲେ . ଡାକ୍ତର ସୁଧାକର ପଟ୍ଟନାୟକ ଏ ରୋଗରେ ନାକରୁ ପୋଚାମାଛ ର ଦୁର୍ଗନ୍ଧ ବାହାରେ ; ରୋଗ ବଢିଲେ ପୋଚା ସିଙ୍ଘାଣି ଓ ଖୋଳପା ବାହାରିବା , ରକ୍ତ ପଡିବା ଏପରିକି ଲାଙ୍ଗୁଡା ପୋକ ବାହାରିପାରେ । ଏ ରୋଗୀ ସର୍ବସାଧାରଣ ରେ ଘୃଣିତ ହୋଇ ନିଜକୁ ହୀନମନ୍ୟ ଭାବିବା ସ୍ଵାଭାବିକ । ଏ ରୋଗ ନାରୀମାନଙ୍କୁ , ବିଶେଷତ କିଶୋରୀ ବୟସରେ , ବେଶି ହୁଏ । ଏହା ଯନ୍ତ୍ରଣା ଦାୟକ ବା ମାରାତ୍ମକ ନ ହେଲେ ମଧ୍ୟ ଘୃଣା ଜନିତ ବିଷାଦଗ୍ରସ୍ତ ମାନସିକ ରୋଗ , ଛାଡପତ୍ର ଓ ଆତ୍ମହତ୍ୟା ପ୍ରବଣତା ର କାରଣ ହୁଏ । ଏହାର ସୁଚିକିତ୍ସା ନାହିଁ । ଲୁଣ ବା ଖାଇବା ସୋଡା ମିଶା ଉଷୁମ ପାଣିରେ ନାକ ଧୋଇବା ; ଗ୍ଳୁକୋଜ ମିଶା ଗ୍ଳିସରିନ ନାକରେ ପକାଇବା ଓ ବିଭିନ୍ନ ଭିଟାମିନ ଓ ହରମୋନ ଖାଇବା ଦ୍ଵାରା ରୋଗ ଉପସମ ହେବା ଆଶା କରାଯାଏ କିନ୍ତୁ ପ୍ରକୃତ ରେ କିଛି ଉପସମ ମିଳେ ନାହିଁ । ଏ ରୋଗ ଭାରତ ର ପ୍ରାଚୀନତମ ଗ୍ରନ୍ଥ ମହାଭାରତ ର ମତ୍ସ୍ୟଗ...