କାନପୁର ଦଙ୍ଗା ର ସଫଳ ନିୟନ୍ତ୍ରଣ ୪ ଜୁନ ୨୦୨୨ କାନପୁର ଦଙ୍ଗାର ନିୟନ୍ତ୍ରଣ ବ୍ୟବସ୍ଥା ପୃଥିବୀର ସର୍ବାଧୁନିକ ଓ ବିଶେଷ ଫଳପ୍ରଦ ବିବେଚିତ । ଦଙ୍ଗାରେ ବହୁ ଜନ ଜୀବନ କ୍ଷୟ , ନିରୀହ ଜନତାଙ୍କ ଜୀବିକା ନାଶ , ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ , ପରସ୍ପର ମଧ୍ୟରେ ଦୀର୍ଘ ସ୍ଥାୟୀ ବିରୋଧଭାବ ଓ ଏହା ଯୋଗୁଁ ଦୀର୍ଘ ଦିନ ଧରି ଶତୃତା ଲାଗି ରହେ । ବର୍ତ୍ତମାନ ଅନୁଶ୍ରୁତ ହୋଇଥିବା ପ୍ରକ୍ରିୟା ସମଗ୍ର ପୃଥିବୀ ରେ ଗ୍ରହଣୀୟ ଏବଂ ଏହା ଦେଶ ଦେଶ ମଧ୍ୟରେ ଖେଳ କସରତ , ବିଭିନ୍ନ ଗୋଷ୍ଠୀ ଗୋଷ୍ଠୀ ବା ଧର୍ମ ଜଗତରେ ତିକ୍ତତା ଆଶାତୀତ ଭାବରେ କମାଇ ଦେବ । ଏ ବ୍ୟବସ୍ଥାର ଆବିଷ୍କାରକ ଜଣେ ଭାରତୀୟ ଗବେଷକ । ସେ ମଧ୍ୟ ଲୁକାୟିତ ଶତ୍ରୁମାନଙ୍କୁ ନିଶ୍ଚେତ କରିବାର ସୂତ୍ର ବାହାର କରିଛନ୍ତି । ହିନ୍ଦୁ , ଶିଖ , ବିଭେଦକାରୀ ନେତା , ଭିନ୍ଦରବାଲେ ଓ ତାଙ୍କ ସାଥି ମାନଙ୍କୁ ସ୍ଵର୍ଣ୍ଣ ମନ୍ଦିର...