Skip to main content

#atrophic rhinitis


ମତ୍ସ୍ୟଗନ୍ଧା  ରୋଗ ଓ ତାର ଚିକିତ୍ସା
ଲେ. ଡାକ୍ତର ସୁଧାକର ପଟ୍ଟନାୟକ 
                  ଏ ରୋଗରେ ନାକରୁ ପୋଚାମାଛ ର ଦୁର୍ଗନ୍ଧ ବାହାରେ ; ରୋଗ ବଢିଲେ ପୋଚା ସିଙ୍ଘାଣି ଓ ଖୋଳପା ବାହାରିବା , ରକ୍ତ ପଡିବା ଏପରିକି ଲାଙ୍ଗୁଡା ପୋକ ବାହାରିପାରେ ଏ ରୋଗୀ ସର୍ବସାଧାରଣ ରେ ଘୃଣିତ ହୋଇ ନିଜକୁ ହୀନମନ୍ୟ ଭାବିବା ସ୍ଵାଭାବିକ ଏ ରୋଗ ନାରୀମାନଙ୍କୁ ,  ବିଶେଷତ କିଶୋରୀ ବୟସରେ, ବେଶି ହୁଏ ଏହା ଯନ୍ତ୍ରଣା ଦାୟକ ବା ମାରାତ୍ମକ ନ ହେଲେ ମଧ୍ୟ ଘୃଣା ଜନିତ ବିଷାଦଗ୍ରସ୍ତ ମାନସିକ ରୋଗ , ଛାଡପତ୍ର ଓ ଆତ୍ମହତ୍ୟା ପ୍ରବଣତା ର କାରଣ ହୁଏ
                ଏହାର ସୁଚିକିତ୍ସା ନାହିଁ ଲୁଣ ବା ଖାଇବା ସୋଡା ମିଶା ଉଷୁମ ପାଣିରେ ନାକ ଧୋଇବା ; ଗ୍ଳୁକୋଜ ମିଶା ଗ୍ଳିସରିନ ନାକରେ ପକାଇବା ଓ ବିଭିନ୍ନ ଭିଟାମିନ ଓ ହରମୋନ ଖାଇବା ଦ୍ଵାରା ରୋଗ ଉପସମ ହେବା ଆଶା କରାଯାଏ କିନ୍ତୁ ପ୍ରକୃତ ରେ କିଛି ଉପସମ ମିଳେ ନାହିଁ ।
               ଏ ରୋଗ ଭାରତ ର ପ୍ରାଚୀନତମ ଗ୍ରନ୍ଥ ମହାଭାରତ ର ମତ୍ସ୍ୟଗନ୍ଧା କନ୍ୟା ଓ ସେ ପାରାଶର ରୂଷିଙ୍କ ଦ୍ଵାରା ଆରୋଗ୍ୟ ହୋଇଥିବା ବର୍ଣ୍ଣିତ ହୋଇଥିଲେ ମଧ୍ୟ ଅଧୁନା ସୁଦ୍ଧା ତାର ସୁଚିକିତ୍ସା ନଥିଲା । ପାଶ୍ଚାତ୍ୟ ଡାକ୍ତର ମାନେ ନାକ ରାସ୍ତା ବଡହୋଇ ଏ ରୋଗ ହେଉଥିବା ସ୍ଥିର କରି ନାକପୁଡାକୁ ସିଲାଇକରିବା (Rethi’s operation) ନାକର କାନ୍ଥି ହାଡ କୁ କାଟି ନାକ ଗହ୍ଵର କୁ ସଂକୀର୍ଣ୍ଣ କରିବା (Lautenslauger operations) ଇତ୍ୟାଦି କରିବା ଆରମ୍ଭ କଲେ ବର୍ତ୍ତମାନ ଭାରତୀୟ ଡାକ୍ତର ମାନେ ପାଟି ର ଉପର ମାଢିଦେଇ ରୋଗୀ ଜଙ୍ଘର ମାଂସ ବା ପ୍ଲାଷ୍ଟିକ ଖଣ୍ଡ ଭର୍ତ୍ତି କରି ନାକର ଚଟାଣ ଉପରକୁ ଉଠାଇ ନାକ ରାସ୍ତା ସଂକୀର୍ଣ୍ଣ କରୁଛନ୍ତି । ଏହା ପ୍ରକୃତ ରେ ରୋଗ ଉପସମ ବଦଳ ରେ ରୋଗୀର କ୍ଲୀଷ୍ଟ ବଢାଏ
                ଏ ରୋଗର ଏକ ଔଷଧୀୟ ଚିକିତ୍ସା ଲେଖକ ବାହାର କରି ଭାରତୀୟ ଜାତୀୟ ବିଜ୍ଞାନ ପତ୍ରିକା “ Indian Journal of Otolaryngology and head and neck surgery ରେ ପ୍ରକାଶ କରିଛନ୍ତି – 2006 vol58, no3 ରେ ଦ୍ରଷ୍ଟବ୍ୟ । କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା ବହୁଳ ପ୍ରଚାର ନ ହୋଇଥିବାରୁ ରୋଗୀ ମାନେ ଏହାର ସୁଚିକିତ୍ସା ପାଇ ପାରୁନାହାନ୍ତି ।    




                                             

Comments

  1. Doctor Pattanaik, may i consult you from Seattle about atrophic rhinitis, doctors here know nothing. Thank you. katieyus@hotmail.com

    ReplyDelete
  2. welcome. pleases attach your clinical report

    ReplyDelete

Post a Comment

Popular posts from this blog

#A SOLUTION TO WORLD PROBLEM ON BLACK AND WHITE.

A SOLUTION TO WORLD PROBLEM ON BLACK AND WHITE.  

#HINDU AND SIKH HOSTILITY

                                                   HINDU SIKH HOSTILITY                                             Dr. Sudhakar Pattanaik          Demand of Sajjan kumar’s capital punishment reminds the Indian citizens about Indira Gandhi’s assassination, Bhindranwale and his colleagues killing, damage to Golden temple, Hindu Sikh enmity etc. which could have been prevented easily if Mrs. Gandhi and his fighting General could have heed and taken action otherwise as suggested by one octogenarian – now almost a centurion -...

ଏକ ଦେଶ ଏକ ନିର୍ବାଚନ

ଏକ ଦେଶ ଏକ ନିର୍ବାଚନ                ଏ ବିଚାର ଧାରା ର ଗୁରୁତ୍ଵ ବୁଝିବା ଅତ୍ୟାବଶ୍ୟକ । ଛୋଟ ଛୋଟ ନିର୍ବାଚନ ଯଥା – କଲେଜ ନିର୍ବାଚନ , ମୁନିସିପାଲଟି ନିର୍ବାଚନ ବେଳେ କେବଳ ଶତ୍ରୁତା ର ବିକାଶ ଘଟେ । ଆଉ ଦେଶର ନିର୍ବାଚନ ? ଦଳ , ଭାଷା , ଜାତି , ଓ ଧର୍ମ ଏପରିକି ନିଜ ନିଜ ଭିତରେ ପ୍ରାଣଘାତୀ ବିବାଦର ସୂତ୍ରପାତ ହୁଏ । ଏହା ଛଡା ଜାବତୀୟ ଅନ୍ୟାୟ କାର୍ଯ୍ୟ ଯଥା - ଚୋରାଧନ , ମଦ , ପ୍ରତାରଣା , ଖଳ ପ୍ରକୃତି ଓ ହତ୍ୟା ର ବି ବୃଦ୍ଧି ଘଟି ଥାଏ । ନିର୍ବାଚନ ଦୁର୍ଜନ ସୃଷ୍ଟିକାରୀ ର ଏକ ପ୍ରକଳ୍ପ । ସେହିପରି ଆମ ଦେଶର ଐକ୍ୟ କରଣ ପ୍ରଚେଷ୍ଟା by our opposition.                   ଏହାର   ବିକଳ୍ପ ‘We & Our India’ ବହିରେ ହିଁ ମିଳି ପାରିବ । ଏହା 12 ବର୍ଷ ତଳୁ ବିଶିଷ୍ଠ ନେତୃ ବର୍ଗଙ୍କୁ ସମର୍ପିତ କରାଯାଇଅଛି । ଏବେ ଏହା କମ୍ପିଉଟର ରେ ମାଗଣା ରେ ଉପଲବ୍ଧ । ପଢନ୍ତୁ ଓ ପଢାନ୍ତୁ ଏବଂ ଦେଶର ଅନ୍ୟ ନେତାମାନଙ୍କୁ ଅବଗତ କରାନ୍ତୁ ଓ ଆମ ଦେଶକୁ ସାଂଘାତିକ ବିପଦରୁ ରକ୍ଷା କରନ୍ତୁ । drspattanaik.blogspot.com