ମାଓ ସମସ୍ୟା ର ସମାଧାନ ଗତ ୭୫ବର୍ଷ ଧରି ମାଓ ସେତୁଙ୍ଗ ର ଭକ୍ତ ମାନେ ଯେଉଁ ତାଣ୍ଡବ ସୃଷ୍ଟ କରି ସ୍ୱଦେଶର ଅନିଷ୍ଟ ସାଧନ କରୁଛନ୍ତି ତାଙ୍କ ବିରୋଧରେ ଆମର ପୋଲିସ , ପ୍ରତିରକ୍ଷା ସମୂହ ଅସହାୟ ପ୍ରତୀୟମାନ ହେଉଛନ୍ତି I ସେମାନଙ୍କ ଲୁକାୟିତ ସ୍ଥିତି , ଅସ୍ତ୍ର ସଂଗ୍ରହ ପ୍ରଣାଳୀ , କ୍ଷିପ୍ର ଆକ୍ରମଣ ଇତ୍ୟାଦିକୁ ଭେଦ କରି ପାରିବା ଶକ୍ତି ଆମ ଆଭ୍ୟନ୍ତରୀଣ ସେନାଧ୍ୟକ୍ଷ ମାନଙ୍କ ଧାରଣା ବାହାରେ I ଗୋଟିଏ ନୂତନ ତଥ୍ୟ ସମ୍ବଳିତ ଉପାୟ ଆମ ଶାସକ , ପୋଲିସ , ଅର୍ଦ୍ଧସାମରିକ ବାହିନୀ ର ଅଧ୍ୟକ୍ଷ ମାନଙ୍କୁ ୧୦ ବର୍ଷ ହେଲା ବିଦିତ କରାଯାଉଛି I ଏଥିରେ କିଛି ମାସ ମଧ୍ୟରେ ମାଓବାଦୀ ବିଲୁପ୍ତ ହୋଇଯିବେ I ଆମର ମାଓ ଦମନରେ ନିୟୋଜିତ ଯୋଦ୍ଧ I ମାନେ ଅକାରଣରେ ସେମାନଙ୍କ ମୂଲ୍ୟବାନ ଜୀବନ ହରାଉଛନ୍ତି I ସନ୍ଥ ସାବଧାନ !