ଆମ ଦେଶରେ ଭ୍ରଷ୍ଟାଚାର - ୧ ଗଞ୍ଜାମ ଜିଲ୍ଳା ବେଗୁନିଆପଡା ବ୍ଲକ ବିଡ଼ିଓ ମହାଶୟଙ୍କ ପାଖରେ ଅଭିଯୋଗ ହେଲା ଯେ ବୁରୁଝାର ପଂଚାୟତରେ ମୃତ ବ୍ୟକ୍ତିଙ୍କ ନାମରେ ରେସନ ସାମଗ୍ରୀ ମାସ ମାସ ଧରି ଦିଆ ଚାଲିଛି । ବିଚାରରେ ଡେରି ଯୋଗୁଁ ଅଭିଯୋଗକାରୀ ଉପରକୁ ଜଣାଇଲେ । ଉପରୁ ନିର୍ଦେଶ ଆସିଲା । ବିଡିଓ ମହାଶୟ ତାଙ୍କ ଗ୍ରାମ ଅଧିକାରୀ ଙ୍କୁ ନିର୍ଣୟ କରବାକୁ ଆଦେଶ ଦେଲେ । ଏହାପରେ ପ୍ରକ୍ରିୟା ଏପରି ହେବଜେ ଅଭିଯୋଗ କିଛିଦିନପରେ ଅଶ୍ରୁତି ଗର୍ଭକୁ ଚାଲିଯିବ । ଯଦି ବିଡିଓ ମୋହଶୟ ବସିବା ଜାଗାରୁ ଊଠି ଯାଇ 2 ବ। 3 ମାସର ରେସନ ଖାତା ଦେଖି ଥାନ୍ତେ ବ୍ୟଭିଚାର ପ୍ରକ୍ରିୟାଟି ୨ଘଣ୍ଟାରେ ସାମାଧାନ ହୋଇ ଯାଇ ଥାଆନ୍ତା । ଦୋଷୀ ଦଣ୍ଡ ପାଇଥାଆନ୍ତା । ଏ କୁକର୍ମ କରୁଥିବା ବ୍ୟକ୍ତି ମାନେ ଭିତିଗ୍ରସ୍ତ ହୋଇ ଥାଆନ୍ତେ ଓ ଦକ୍ଷତ୍ତାପାଇଁ ବିଡିଓ ସୁନାମ ପାଇଥାଆନ୍ତେ । ଏହିପରି ଘଣ୍ଟାଏ ଭିତରେ ସୁସମାଧାନ ହେବା ବଦଳରେ ଦିନ ଦିନ ଧରି ବିଚାର ପ୍ରକ୍ରିୟା ଚାଲୁ ରହୁଛି ଓ ଦୋଷୀମାନେ ଦୋଷ ଲୁଚାଇବା ପ୍ରକ୍ରିୟାରେ ବହୁ ଅଧିକ ଭ୍ରଷ୍ଟାଚାର ଓ ଭ୍ରଷ୍ଟାଚାରି ସୃଷ୍ଟି କରୁଛନ୍ତି । ଏଠାରେ ପ୍ରକୃତ ଦୋଷି କିଏ ? ବିଡିଓ ! କିପରି ଓ କାହିଁକି ? ଆମ ଶାସକମାନେ ଠିକ ନିୟମ କାନୁନ କରି ପାରୁନାହାନ୍ତି ? ଆଉ ଗୋଟିଏ ଭିର୍ଣ୍ଣ ଉଦାହରଣ । ଜଣେ ମହିଳାଙ୍କୁ ଫୋନ ଆ...