ଲେଖକ – ଡା.ସୁଧାକର ପଟ୍ଟନାୟକ ॰ ଆମେ ବିଗତ ୭୬ ବର୍ଷ ଧରି ଶାସନରେ ବହୁ ଅନ୍ୟାୟ, ବର୍ବରତା, ଲୁଟ, ତସ୍କରି, ଅପହରଣ, ଧର୍ଷଣ, ନରସଂହାର, ଅବିବେକିତା, ସରକାରୀ ଧନର ନଗ୍ନ ଅପବ୍ୟବହାର ଇତ୍ୟାଦି ଆମେ ଆମ ସମାଜରେ ଅନୁଭବ ତଥା ସହ୍ୟ କରିବାକୁ ବାଧ୍ୟ ହେଉଛେ । ଦେଶର ଅଗ୍ରଗତିରେ ଏହା କେତେ ବାଧକ ତାହା ସମସ୍ତ ବିବେକୀ ଶିକ୍ଷିତ ନାଗରିକ ଅନୁଭବ କରୁଛନ୍ତି କିନ୍ତୁ ଏହାର ନିବାରଣ ପାଇଁ ହାର୍ଦିକ ପ୍ରଚେଷ୍ଟା କାହାର ନାହିଁ । ଏ ସମସ୍ତର କାରଣ ଆମ ସମ୍ବିଧାନ ରଚୟତା ମାନଙ୍କ ଅପରିଣାମ ଦର୍ଶିତା ର ଫଳ । ଆମର ଅଶିକ୍ଷିତ ବା ଅର୍ଦ୍ଧ ଶିକ୍ଷିତ ନାଗରିକ ମାନଙ୍କ ମଧ୍ୟରେ ବହୁ ବିବେକ ବିଚାରବନ୍ତ ବ୍ୟକ୍ତି ଅଛନ୍ତି; ସେହିପରି ଶିକ୍ଷିତ ବ୍ୟକ୍ତି ମାନଙ୍କ ମଧ୍ୟରେ ବହୁ ଅବିବେକୀ ସ୍ଵାର୍ଥାନ୍ଧ ବ୍ୟକ୍ତି ମଧ୍ୟ ଅଛନ୍ତି । ଏହା ବିଚାରକୁ ନେଇ ମତଦାନ ପ୍ରକ୍ରିୟାରେ ସୁଧାର ଆଣିବା ବାଞ୍ଛନିୟ । ପୂର୍ବେ ଏକତ୍ର ବାସକରୁଥିବା ଗ୍ରାମବାସୀ, ସହରବାସୀ, ଅରଣ୍ୟ ବାସୀ ମାନେ ସେମାନଙ୍କ ମଧ୍ୟରୁ କିଏ ବିବେକୀ, ବିଚାରବନ୍ତ ଲୋକ ତାଙ୍କୁ ସେମାନଙ୍କ ସ୍ଥାନୀୟ ମୁଖ୍ୟ ହିସାବରେ ବାଛୁଥିଲେ। ସେମାନେ ଗ୍ରାମ ବା ଜନପପଦ ମାନଙ୍କର ମୁଖ୍ୟ ବା ପ୍ରଧାନ ଥିଲେ । ଅନେକ ସମୟରେ ଅଶିକ୍ଷିତ ବ୍ୟକ୍ତି ମଧ୍ୟ ସେମାନଙ୍କ ମଧ୍ୟରେ ନିର୍ବାଚିତ ହେଉଥିଲେ । ପ୍ରକ...