କାନପୁର ଦଙ୍ଗା ର ସଫଳ ନିୟନ୍ତ୍ରଣ
୪ ଜୁନ ୨୦୨୨ କାନପୁର ଦଙ୍ଗାର ନିୟନ୍ତ୍ରଣ
ବ୍ୟବସ୍ଥା ପୃଥିବୀର ସର୍ବାଧୁନିକ ଓ ବିଶେଷ ଫଳପ୍ରଦ
ବିବେଚିତ । ଦଙ୍ଗାରେ ବହୁ ଜନ ଜୀବନ କ୍ଷୟ, ନିରୀହ ଜନତାଙ୍କ ଜୀବିକା ନାଶ, ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ, ପରସ୍ପର ମଧ୍ୟରେ ଦୀର୍ଘ ସ୍ଥାୟୀ ବିରୋଧଭାବ ଓ ଏହା ଯୋଗୁଁ ଦୀର୍ଘ ଦିନ ଧରି ଶତୃତା ଲାଗି ରହେ । ବର୍ତ୍ତମାନ ଅନୁଶ୍ରୁତ
ହୋଇଥିବା ପ୍ରକ୍ରିୟା ସମଗ୍ର ପୃଥିବୀ ରେ ଗ୍ରହଣୀୟ ଏବଂ ଏହା ଦେଶ ଦେଶ ମଧ୍ୟରେ ଖେଳ କସରତ, ବିଭିନ୍ନ ଗୋଷ୍ଠୀ ଗୋଷ୍ଠୀ ବା ଧର୍ମ ଜଗତରେ ତିକ୍ତତା ଆଶାତୀତ ଭାବରେ
କମାଇ ଦେବ ।
ଏ ବ୍ୟବସ୍ଥାର ଆବିଷ୍କାରକ ଜଣେ ଭାରତୀୟ ଗବେଷକ । ସେ
ମଧ୍ୟ ଲୁକାୟିତ ଶତ୍ରୁମାନଙ୍କୁ ନିଶ୍ଚେତ କରିବାର
ସୂତ୍ର ବାହାର କରିଛନ୍ତି ।
ହିନ୍ଦୁ, ଶିଖ, ବିଭେଦକାରୀ ନେତା, ଭିନ୍ଦରବାଲେ ଓ ତାଙ୍କ ସାଥି ମାନଙ୍କୁ ସ୍ଵର୍ଣ୍ଣ ମନ୍ଦିର ପରିସରରୁ
ଜୀବିତାବସ୍ଥା ରେ କାବୁ କରିବାର କୌଣସି ଉପାୟ ନ
ପାଇ ସେମାନଙ୍କୁ ନିର୍ଦୟ ଭାବରେ ହତ୍ୟା କରାଗଲା । ଏଥିରେ ଆମର ବହୁ ଦୁର୍ଦ୍ଦଶ ବୀର ଯବାନଙ୍କ ମଧ୍ୟ ଜୀବନ ହାନି ହେଲା । ଏଥିଯୋଗୁଁ ହିନ୍ଦୁ, ଶିଖ ମଧ୍ୟରେ ଥିବା ଭାତୃଭାବ ନଷ୍ଟ ହୋଇ ଇନ୍ଦିରା ଗାନ୍ଧୀ ହତ୍ୟା; ଶିଖ, ହିନ୍ଦୁ ଦଙ୍ଗା ତଥା ତିକ୍ତ ବିରୋଦ୍ଧାଭାବ ସୃଷ୍ଟି
ହୋଇଛି ।
ଏ ପ୍ରକାର ଅନ୍ୟାନ୍ୟ ସାମରିକ ବ୍ୟବସ୍ଥା ମଧ୍ୟ ଉକ୍ତ ଭାରତୀୟ ଙ୍କ ଦ୍ଵାରା ଅବିଷ୍କୃତ । ନେତା, ଶାସକ, ପୋଲିସ, ସାମରିକ ମୁଖ୍ୟ, ବିଚାରକ ତଥା ଶିକ୍ଷା ଦାତା ମାନଙ୍କୁ ବାରମ୍ବାର ଜଣାଇ ସେ ନିରାସ
ହୋଇଛନ୍ତି ।
ଭାରତୀୟ ମାନେ - ବିଶେଷତଃ ସାମ୍ବାଦିକ, ବିରୋଧଭାବ ଶିକ୍ଷିତ ବ୍ୟକ୍ତି ମାନେ - ଏପ୍ରକାର ଆବିଷ୍କାରର ଉପଦେୟତା
ଆଦୌ ମନକୁ ନେଉ ନାହାନ୍ତି ।
ଏ ପ୍ରକାର ଶତୃହନ୍ତା ଆବିଷ୍କାର ଆମ
ସାମରିକ ଯବାନ ମାନଙ୍କୁ ବିଶେଷ ସହାୟକ ହୁଆନ୍ତା । ଲୁକାୟିତ ଆତଙ୍କବାଦି ମାନଙ୍କୁ ବିନା
ରକ୍ତପାତରେ ସେମାନେ ଲୁଚି ରହିଥିବା ସ୍ଥାନ ଯଥା ଦେବାଳୟ, ମସଜିଦ, ପରିତ୍ୟକ୍ତ କୋଠା, ପଥର ଗୁମ୍ଫା ଓ ସୁଡଙ୍ଗ ରୁ ବାହାର କରି ହୁଅନ୍ତା ।
Email id – drspattanaik@yahoo.co.uk
Comments
Post a Comment