Skip to main content

ଭାରତୀୟ ସମ୍ବିଧାନ ପ୍ରଣୟନକାରୀଙ୍କ ସାମ୍ୟ ବିଚାରର କୁପରିଣାମ ।

ଲେଖକ – ଡା.ସୁଧାକର ପଟ୍ଟନାୟକ ॰ ଆମେ ବିଗତ ୭୬ ବର୍ଷ ଧରି ଶାସନରେ ବହୁ ଅନ୍ୟାୟ, ବର୍ବରତା, ଲୁଟ, ତସ୍କରି, ଅପହରଣ, ଧର୍ଷଣ, ନରସଂହାର, ଅବିବେକିତା, ସରକାରୀ ଧନର ନଗ୍ନ ଅପବ୍ୟବହାର ଇତ୍ୟାଦି ଆମେ ଆମ ସମାଜରେ ଅନୁଭବ ତଥା ସହ୍ୟ କରିବାକୁ ବାଧ୍ୟ ହେଉଛେ । ଦେଶର ଅଗ୍ରଗତିରେ ଏହା କେତେ ବାଧକ ତାହା ସମସ୍ତ ବିବେକୀ ଶିକ୍ଷିତ ନାଗରିକ ଅନୁଭବ କରୁଛନ୍ତି କିନ୍ତୁ ଏହାର ନିବାରଣ ପାଇଁ ହାର୍ଦିକ ପ୍ରଚେଷ୍ଟା କାହାର ନାହିଁ । ଏ ସମସ୍ତର କାରଣ ଆମ ସମ୍ବିଧାନ ରଚୟତା ମାନଙ୍କ ଅପରିଣାମ ଦର୍ଶିତା ର ଫଳ । ଆମର ଅଶିକ୍ଷିତ ବା ଅର୍ଦ୍ଧ ଶିକ୍ଷିତ ନାଗରିକ ମାନଙ୍କ ମଧ୍ୟରେ ବହୁ ବିବେକ ବିଚାରବନ୍ତ ବ୍ୟକ୍ତି ଅଛନ୍ତି; ସେହିପରି ଶିକ୍ଷିତ ବ୍ୟକ୍ତି ମାନଙ୍କ ମଧ୍ୟରେ ବହୁ ଅବିବେକୀ ସ୍ଵାର୍ଥାନ୍ଧ ବ୍ୟକ୍ତି ମଧ୍ୟ ଅଛନ୍ତି । ଏହା ବିଚାରକୁ ନେଇ ମତଦାନ ପ୍ରକ୍ରିୟାରେ ସୁଧାର ଆଣିବା ବାଞ୍ଛନିୟ । ପୂର୍ବେ ଏକତ୍ର ବାସକରୁଥିବା ଗ୍ରାମବାସୀ, ସହରବାସୀ, ଅରଣ୍ୟ ବାସୀ ମାନେ ସେମାନଙ୍କ ମଧ୍ୟରୁ କିଏ ବିବେକୀ, ବିଚାରବନ୍ତ ଲୋକ ତାଙ୍କୁ ସେମାନଙ୍କ ସ୍ଥାନୀୟ ମୁଖ୍ୟ ହିସାବରେ ବାଛୁଥିଲେ। ସେମାନେ ଗ୍ରାମ ବା ଜନପପଦ ମାନଙ୍କର ମୁଖ୍ୟ ବା ପ୍ରଧାନ ଥିଲେ । ଅନେକ ସମୟରେ ଅଶିକ୍ଷିତ ବ୍ୟକ୍ତି ମଧ୍ୟ ସେମାନଙ୍କ ମଧ୍ୟରେ ନିର୍ବାଚିତ ହେଉଥିଲେ । ପ୍ରକୃତରେ ସେମାନେ ନିଜ ଜୀବ ଦଶାରେ ପ୍ରଭୁତ୍ଵ, ସତ୍ଜ୍ଞାନ ଓ ବିବେକୀତା ଅର୍ଜନ କରିପାରିଥିବେ। ବାର୍ତ୍ତମାନ ସେହି ପ୍ରକ୍ରିୟା ଅବଲମ୍ବନ କଲେ ଅର୍ଥାତ ଗ୍ରାମ,ଏକତ୍ରିତରହୁ ଥିବା ବସ୍ତି, ସହରର ସାହି ମାନଙ୍କରେ ନିର୍ବାଚିତ ମୁଖ୍ୟ ମାନଙ୍କ ଉପରେ ଛାଡି ଦିଆ ଯାଆନ୍ତା । ଦେଶ ପ୍ରଦେଶ ର ଶାସନ ପାଇଁ ଭୋଟ ଦାବି ର ପାତ୍ରମାନେ ଏହି ପ୍ରଧାନ ବ୍ୟକ୍ତି ମାନଙ୍କ ଭୋଟେରେ ନିରୂପିତ ହୁଅନ୍ତେ । ଦଳ ତାଙ୍କର ଦକ୍ଷ ଶୁଶାସନ ପାଇଁ ଉପଯୁକ୍ତ ପ୍ରାଥୀଙ୍କୁ ନିଜ ପ୍ରଦେଶ ବା ଦେଶ ପାଇଁ ବାଛନ୍ତେ । ସେମାନଙ୍କ ପାଇଁ ତାଙ୍କ ଦଳୀୟ ନିର୍ବାଚନ ବା ସର୍ବ ସମ୍ମତିର ଆବଶ୍ୟକତା ପଡନ୍ତା । ଏବେ ପାର୍ଟି ବା ସ୍ଵାଧୀନ ରେ ନିର୍ବାଚନ ଲଢିବାକୁ ହେଉଛି । ଯେହେତୁ ଆମର ସମସ୍ତେ ଗୋଟିଏ ଗୋଟିଏ ଭୋଟ ର ମାଲିକ ସେଇଟିକୁ କାହାକୁ ଦେବା ତାହା ନିର୍ଣ୍ଣୟ କରିବାକୁ ଯେଉଁ ବିଜ୍ଞତା ଦରକାର ତାହା ଆମର 60% ଲୋକଙ୍କ ମୁଣ୍ଡରେ ନଥାଏ । ସେମାନେ ନିଜର ସ୍ଵାର୍ଥ ଲାଳସାରେ ତସ୍କର, ଗୁଣ୍ଡା, ସ୍ଵାର୍ଥପର ବ୍ୟକ୍ତିଙ୍କୁ ଭୋଟ ଦେବାକୁ ଦୋଷାବହ ବା ଅନିଷ୍ଟ କାରକ ବୋଲି ଭବିପାରନ୍ତି ନାହିଁ । ଦେଶ,ଶାସନ, ଶାସନକର୍ତାଙ୍କ ଜ୍ଞାନବତା, କର୍ମଦକ୍ଷତା ଇତ୍ୟାଦି କାହିଁକି ଦରକାର ସେମାନେ ଜାଣି ପାରନ୍ତି ନାହିଁ । ଏପରି ଭୋଟ ପ୍ରକ୍ରିୟାରେ ଚୋର, ତସ୍କର, ସ୍ଵାର୍ଥପର, ଅବିବେକୀ ବ୍ୟକ୍ତିମାନେ ଅବିଳମ୍ବେ ଶାସନ କ୍ଷେତ୍ର, ଏପରିକି ସମାଜରୁ ବାସନ୍ଦ ହୋଇ ଯାଆନ୍ତେ । ଶାସକ, ଓ ବିରୋଧୀ ବଦଳରେ ଶାସକ ଓ ଉପଦେଷ୍ଟା ହୋଇ ସସଂଦ, ଲୋକସଭା ଓ ବିଧାନସଭା କୁ ଯୁଦ୍ଧ କ୍ଷେତ୍ର ନକରି ସୁବିଚାର କକ୍ଷ କରନ୍ତେ । ଜ୍ଞାନହୀନ, ଧନହୀନ, ନିଷ୍କପଟି, ବହୁ କୁଟୁମ୍ବି ଆମ 65% ନାଗରିକ ମାନଙ୍କୁ ମନାଇ ଚୋରୀ ତସ୍କରୀ, ଗୁଣ୍ଡାମି ଶ୍ରେଣୀୟ ବ୍ୟକ୍ତି ମାନେ ଖାଲି ତାଙ୍କ ପ୍ରତିପତି ବଢାଇ ନାହାନ୍ତି ବରଂ ସେମାନଙ୍କୁ ଦଳୀୟ ନେତା କରିଛନ୍ତି ଯଥା ଲାଲୁ ଯାଦବ । ଅନ୍ୟପକ୍ଷେ ଆମର ସୁଶିକ୍ଷିତ, ବିଚାରବନ୍ତ, ଚିନ୍ତାଶୀଳ ନାଗରିକ ମାନେ ଆମ ନିର୍ବାଚିତ ପ୍ରତିନିଧି ମାନଙ୍କ ହେୟ ଜ୍ଞାନ ଠାରୁ ଦୂରରେ ରହିବାକୁ ଶ୍ରେୟ ଭାବନ୍ତି। ଆସନ୍ତୁ ଚିନ୍ତାଶୀଳ, ଅନୁଭବି, ସୁଶିକ୍ଷିତ ବ୍ୟକ୍ତି (ନାଗରିକ) ମାନେ ଦେଶ ପାଇଁ ସୁକର୍ମ କରୁଥିବା ନେତା ମାନଙ୍କୁ ନୈତିକ ଉତ୍ସାହ ଦିଅନ୍ତୁ। ନିଜର ବନ୍ଧୁବାନ୍ଧବ, ସାଙ୍ଗସାଥି, ଜଣାଶୁଣା ରାଜନୈତିକ ନେତା, ସମ୍ବାଦ ପତ୍ର, ସାମ୍ବାଦିକ ତଥା ସୋସିଆଲ ମେଡିଆ ଏହା ଉପରେ ଅଧିକ ଆଲୋଚନା ଓ ପର୍ଯଲୋଚନ। ତଥା ପ୍ରଚାର କରାନ୍ତୁ ।

Comments

Popular posts from this blog

#A SOLUTION TO WORLD PROBLEM ON BLACK AND WHITE.

A SOLUTION TO WORLD PROBLEM ON BLACK AND WHITE.  

#HINDU AND SIKH HOSTILITY

                                                   HINDU SIKH HOSTILITY                                             Dr. Sudhakar Pattanaik          Demand of Sajjan kumar’s capital punishment reminds the Indian citizens about Indira Gandhi’s assassination, Bhindranwale and his colleagues killing, damage to Golden temple, Hindu Sikh enmity etc. which could have been prevented easily if Mrs. Gandhi and his fighting General could have heed and taken action otherwise as suggested by one octogenarian – now almost a centurion -...

ଏକ ଦେଶ ଏକ ନିର୍ବାଚନ

ଏକ ଦେଶ ଏକ ନିର୍ବାଚନ                ଏ ବିଚାର ଧାରା ର ଗୁରୁତ୍ଵ ବୁଝିବା ଅତ୍ୟାବଶ୍ୟକ । ଛୋଟ ଛୋଟ ନିର୍ବାଚନ ଯଥା – କଲେଜ ନିର୍ବାଚନ , ମୁନିସିପାଲଟି ନିର୍ବାଚନ ବେଳେ କେବଳ ଶତ୍ରୁତା ର ବିକାଶ ଘଟେ । ଆଉ ଦେଶର ନିର୍ବାଚନ ? ଦଳ , ଭାଷା , ଜାତି , ଓ ଧର୍ମ ଏପରିକି ନିଜ ନିଜ ଭିତରେ ପ୍ରାଣଘାତୀ ବିବାଦର ସୂତ୍ରପାତ ହୁଏ । ଏହା ଛଡା ଜାବତୀୟ ଅନ୍ୟାୟ କାର୍ଯ୍ୟ ଯଥା - ଚୋରାଧନ , ମଦ , ପ୍ରତାରଣା , ଖଳ ପ୍ରକୃତି ଓ ହତ୍ୟା ର ବି ବୃଦ୍ଧି ଘଟି ଥାଏ । ନିର୍ବାଚନ ଦୁର୍ଜନ ସୃଷ୍ଟିକାରୀ ର ଏକ ପ୍ରକଳ୍ପ । ସେହିପରି ଆମ ଦେଶର ଐକ୍ୟ କରଣ ପ୍ରଚେଷ୍ଟା by our opposition.                   ଏହାର   ବିକଳ୍ପ ‘We & Our India’ ବହିରେ ହିଁ ମିଳି ପାରିବ । ଏହା 12 ବର୍ଷ ତଳୁ ବିଶିଷ୍ଠ ନେତୃ ବର୍ଗଙ୍କୁ ସମର୍ପିତ କରାଯାଇଅଛି । ଏବେ ଏହା କମ୍ପିଉଟର ରେ ମାଗଣା ରେ ଉପଲବ୍ଧ । ପଢନ୍ତୁ ଓ ପଢାନ୍ତୁ ଏବଂ ଦେଶର ଅନ୍ୟ ନେତାମାନଙ୍କୁ ଅବଗତ କରାନ୍ତୁ ଓ ଆମ ଦେଶକୁ ସାଂଘାତିକ ବିପଦରୁ ରକ୍ଷା କରନ୍ତୁ । drspattanaik.blogspot.com