ଆମ ଦେଶରେ ଭ୍ରଷ୍ଟାଚାର -୧
ଯଦି ବିଡିଓ ମୋହଶୟ ବସିବା ଜାଗାରୁ ଊଠି ଯାଇ 2 ବ। 3 ମାସର ରେସନ ଖାତା ଦେଖି ଥାନ୍ତେ ବ୍ୟଭିଚାର ପ୍ରକ୍ରିୟାଟି ୨ଘଣ୍ଟାରେ ସାମାଧାନ ହୋଇ ଯାଇ ଥାଆନ୍ତା । ଦୋଷୀ ଦଣ୍ଡ ପାଇଥାଆନ୍ତା । ଏ କୁକର୍ମ କରୁଥିବା ବ୍ୟକ୍ତି ମାନେ ଭିତିଗ୍ରସ୍ତ ହୋଇ ଥାଆନ୍ତେ ଓ ଦକ୍ଷତ୍ତାପାଇଁ ବିଡିଓ ସୁନାମ ପାଇଥାଆନ୍ତେ ।
ଏହିପରି ଘଣ୍ଟାଏ ଭିତରେ ସୁସମାଧାନ ହେବା ବଦଳରେ ଦିନ ଦିନ ଧରି ବିଚାର ପ୍ରକ୍ରିୟା ଚାଲୁ ରହୁଛି ଓ ଦୋଷୀମାନେ ଦୋଷ ଲୁଚାଇବା ପ୍ରକ୍ରିୟାରେ ବହୁ ଅଧିକ ଭ୍ରଷ୍ଟାଚାର ଓ ଭ୍ରଷ୍ଟାଚାରି ସୃଷ୍ଟି କରୁଛନ୍ତି । ଏଠାରେ ପ୍ରକୃତ ଦୋଷି କିଏ ?
ବିଡିଓ ! କିପରି ଓ କାହିଁକି ?
ଆମ ଶାସକମାନେ ଠିକ ନିୟମ କାନୁନ କରି ପାରୁନାହାନ୍ତି ?
ଆଉ ଗୋଟିଏ ଭିର୍ଣ୍ଣ ଉଦାହରଣ । ଜଣେ ମହିଳାଙ୍କୁ ଫୋନ ଆସିଲା “ମୁଁ ବାଙ୍କ ମ୍ୟାନେଜର କହୁଛି ଆପଣଙ୍କ ନମ୍ବର କହନ୍ତୁ ଭୁଲ ଅଛି ଠିକ କରାଯିବ । ‘ମହାଶୟା ତାଙ୍କ ଆଲମିରା ଖୋଲି ବ୍ୟାଙ୍କ ନମ୍ବର କହିଲେ ଓ ଅନ୍ୟାନ୍ୟ କିଛି ପ୍ରଶ୍ନର ଉତ୍ତର ଦେଲେ । ଅଳ୍ପ ସମୟ ପରେ ସ୍ଵାମୀ ଘରକୁ ଆସି ଏହା ଶୁଣି ବ୍ୟାଙ୍କ କୁ ଜଣାଇଲେ । ଉତ୍ତର ଆସିଲାଯେ ତାଙ୍କର 80,000 ଟଙ୍କା ଅଳ୍ପ ସମୟ ପୂର୍ବରୁ ଉଠା ଯାଇଛି । ପୁଲିସ ସାହେବ ଏତଲା ରଖିଲେ । ଦିନକ ପରେ ଫଳ କଣ ପଚାରି ବାରୁ କହିଲେ ଆପଣ ଭୁଲ କରିଛନ୍ତି । ଆପଣ ସାଇବର ଥାନାରେ ଏତଲା ଦେବା କଥା। ଏତଲା ଦିଅ ଗଲା,କିନ୍ତୁ କୌଣସି ଫଳ ନ ମିଳିବାରୁ କୋଟରେ କେସ କରା ଗଲା। ସମୟ ଗଡିଲା କିନ୍ତୁ କୌଣସି ଲାଭ ହେଲା ନାହିଁ । ଚୋର ଓ ତାର ବନ୍ଧୁ ଉତ୍ସାହିତ ହେଲେ ।
ପ୍ରକୃତ ଦୋଷୀ ପୋଲିଶି ବାବୁ । ଗୋଟେ ଘଣ୍ଟାରେ ଚୋର ଓ ତାର ସହଯୋଗି ଧାରା ପଡି ଥାଆନ୍ତେ ଓ ଟଙ୍କା ଫେରସ୍ତ ମିଳି ଯାଇ ଥାଆନ୍ତା । ଏପ୍ରକାର ସରଳ ପ୍ରଥା ଅର୍ଥାତ ଫୋନ ନମ୍ବର ର ଉତ୍ପତି ସ୍ଥଳ ଓ ପରବର୍ତ୍ତୀ କାର୍ଯାବଳି ସହ ଦୋଷୀ ଘଣ୍ଟାଏ ଭିତରେ ଧରାପଡି ଯାଇ ଥାଆନ୍ତା । ଏ ପ୍ରକାର ତ୍ଵରିତ କାର୍ଯ୍ୟ କରଣ ପାଇଁ ଦକ୍ଷ ବ୍ୟକ୍ତି ଆମର ନାହାନ୍ତି ବା ଯିଏ ଅଛନ୍ତି ସେମାନଙ୍କ ପାଇଁ ବାଧ। ଅନେକ ।
ପାଠକେ ! ଆପଣଙ୍କ ମତାମତ ଓ ନୂତନ ପ୍ରସ୍ତାବ ଆମ ଦେଶକୁ ଅଧୋଗତିରୁ ରକ୍ଷା କରିବ । ନିର୍ଭୟ ରେ ପ୍ରକାଶ କରନ୍ତୁ ଓ ସାଙ୍ଗ ସାଥିରେ ଆଲୋଚନା କରନ୍ତୁ । ଲେଖକଙ୍କ ନୂତନ ପ୍ରସ୍ତାବକୁ ଅପେକ୍ଷା ରଖନ୍ତୁ ।
Comments
Post a Comment