ମତ୍ସ୍ୟଗନ୍ଧା ରୋଗ ଓ
ତାର ଚିକିତ୍ସା
ଲେ. ଡାକ୍ତର ସୁଧାକର ପଟ୍ଟନାୟକ
ଏ
ରୋଗରେ ନାକରୁ ପୋଚାମାଛ ର ଦୁର୍ଗନ୍ଧ ବାହାରେ ; ରୋଗ ବଢିଲେ ପୋଚା ସିଙ୍ଘାଣି ଓ ଖୋଳପା ବାହାରିବା , ରକ୍ତ ପଡିବା ଏପରିକି ଲାଙ୍ଗୁଡା ପୋକ ବାହାରିପାରେ । ଏ ରୋଗୀ ସର୍ବସାଧାରଣ ରେ ଘୃଣିତ ହୋଇ ନିଜକୁ ହୀନମନ୍ୟ ଭାବିବା ସ୍ଵାଭାବିକ । ଏ ରୋଗ ନାରୀମାନଙ୍କୁ , ବିଶେଷତ କିଶୋରୀ ବୟସରେ, ବେଶି ହୁଏ । ଏହା ଯନ୍ତ୍ରଣା ଦାୟକ ବା
ମାରାତ୍ମକ ନ ହେଲେ ମଧ୍ୟ ଘୃଣା ଜନିତ ବିଷାଦଗ୍ରସ୍ତ ମାନସିକ ରୋଗ , ଛାଡପତ୍ର ଓ
ଆତ୍ମହତ୍ୟା ପ୍ରବଣତା ର କାରଣ ହୁଏ ।
ଏହାର ସୁଚିକିତ୍ସା ନାହିଁ
। ଲୁଣ ବା ଖାଇବା ସୋଡା ମିଶା ଉଷୁମ ପାଣିରେ ନାକ ଧୋଇବା ; ଗ୍ଳୁକୋଜ ମିଶା ଗ୍ଳିସରିନ ନାକରେ
ପକାଇବା ଓ ବିଭିନ୍ନ ଭିଟାମିନ ଓ ହରମୋନ ଖାଇବା ଦ୍ଵାରା ରୋଗ ଉପସମ ହେବା ଆଶା କରାଯାଏ କିନ୍ତୁ
ପ୍ରକୃତ ରେ କିଛି ଉପସମ ମିଳେ ନାହିଁ ।
ଏ ରୋଗ ଭାରତ ର ପ୍ରାଚୀନତମ ଗ୍ରନ୍ଥ
ମହାଭାରତ ର ମତ୍ସ୍ୟଗନ୍ଧା କନ୍ୟା ଓ ସେ ପାରାଶର ରୂଷିଙ୍କ ଦ୍ଵାରା ଆରୋଗ୍ୟ ହୋଇଥିବା ବର୍ଣ୍ଣିତ
ହୋଇଥିଲେ ମଧ୍ୟ ଅଧୁନା ସୁଦ୍ଧା ତାର ସୁଚିକିତ୍ସା ନଥିଲା । ପାଶ୍ଚାତ୍ୟ ଡାକ୍ତର ମାନେ ନାକ
ରାସ୍ତା ବଡହୋଇ ଏ ରୋଗ ହେଉଥିବା ସ୍ଥିର କରି ନାକପୁଡାକୁ ସିଲାଇକରିବା (Rethi’s operation) ନାକର କାନ୍ଥି ହାଡ କୁ କାଟି ନାକ ଗହ୍ଵର କୁ ସଂକୀର୍ଣ୍ଣ କରିବା (Lautenslauger operations) ଇତ୍ୟାଦି କରିବା ଆରମ୍ଭ କଲେ । ବର୍ତ୍ତମାନ ଭାରତୀୟ ଡାକ୍ତର ମାନେ ପାଟି ର ଉପର ମାଢିଦେଇ ରୋଗୀ
ଜଙ୍ଘର ମାଂସ ବା ପ୍ଲାଷ୍ଟିକ ଖଣ୍ଡ ଭର୍ତ୍ତି କରି ନାକର ଚଟାଣ ଉପରକୁ ଉଠାଇ ନାକ ରାସ୍ତା
ସଂକୀର୍ଣ୍ଣ କରୁଛନ୍ତି । ଏହା ପ୍ରକୃତ ରେ ରୋଗ ଉପସମ ବଦଳ ରେ ରୋଗୀର କ୍ଲୀଷ୍ଟ ବଢାଏ ।
ଏ ରୋଗର ଏକ ଔଷଧୀୟ ଚିକିତ୍ସା ଲେଖକ ବାହାର କରି
ଭାରତୀୟ ଜାତୀୟ ବିଜ୍ଞାନ ପତ୍ରିକା “ Indian Journal of Otolaryngology and head and neck surgery ” ରେ ପ୍ରକାଶ କରିଛନ୍ତି
– 2006 vol58, no3 ରେ ଦ୍ରଷ୍ଟବ୍ୟ ।
କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା ବହୁଳ ପ୍ରଚାର ନ ହୋଇଥିବାରୁ ରୋଗୀ ମାନେ ଏହାର ସୁଚିକିତ୍ସା
ପାଇ ପାରୁନାହାନ୍ତି ।
![]() |


Doctor Pattanaik, may i consult you from Seattle about atrophic rhinitis, doctors here know nothing. Thank you. katieyus@hotmail.com
ReplyDeletewelcome. pleases attach your clinical report
ReplyDelete